ପିଲାଙ୍କ ପାଇଁ ସ୍କିନ୍ କେୟାର ସାମଗ୍ରୀ କିଣୁଛନ୍ତି କି?

 Bm Health Tv: ପିଲାମାନଙ୍କ ତ୍ୱଚା ସାଧାରଣତଃ ଖୁବ୍ ନରମ ଏବଂ ସମ୍ବେଦନଶୀଳ ହୋଇଥାଏ। ତେଣୁ ସେମାନଙ୍କ ପାଇଁ ସ୍କିନ୍ କେୟାର ସାମଗ୍ରୀ କିଣିବାବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ। ଜନ୍ମରୁ ୫ ବର୍ଷ ଯାଏ ଶିଶୁମାନଙ୍କର ତ୍ୱଚା ଖୁବ୍ କୋମଳ ରହିଥାଏ। ତେଣୁ ସେମାନଙ୍କ ପାଇଁ କୌଣସି ଉତ୍ପାଦ କିଣିବା ସମୟରେ ସର୍ବପ୍ରଥମେ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ନ ହେଲେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ଏସବୁ ଛଡା ଯଦି କୌଣସି ଉତ୍ପାଦ ବ୍ୟବହାର ପରେ ପିଲାର ଶରୀରରେ ସଂକ୍ରମଣର ଚିହ୍ନ ଦେଖାଯାଏ ତା’ହେଲେ ତୁରନ୍ତ ତାର ବ୍ୟବହାର ବନ୍ଦ କରନ୍ତୁ।


-ସେହିପରି ମଏଶ୍ଚରାଇଜର କିଣୁଥିଲେ ତାକୁ ଲଗାଇଲେ ଯେପରି ଅଧିକ ତେଲିଆ ନ ଲାଗିବ ଏବଂ ତ୍ୱଚାରେ ସହଜରେ ମିଶିଯିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ତାହା ରସାୟନମୁକ୍ତ ହୋଇଥିଲେ ଭଲ।

-ପିଲାମାନଙ୍କ ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଆଲର୍ଜିମୁକ୍ତ ହେବା ଆବଶ୍ୟକ। ନହେଲେ ସେମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ। ଏପରିସ୍ଥଳେ ଉତ୍ପାଦ କିଣିବା ବେଳେ ତାହା କେଉଁଥିରୁ ପ୍ରସ୍ତୁତ ହେଉଛି ତାକୁ ଜାଣିରଖନ୍ତୁ। ସାମଗ୍ରୀର ଲେବଲରେ ଲେଖାଯାଇଥିବା ସାମଗ୍ରୀ ତାଲିକା ପଢ଼ିଲେ ଆପଣ ତାହା ଜାଣିପାରିବେ।

Post a Comment

Previous Post Next Post

Contact Form