ବର୍ଷାଦିନେ ଆପଣାନ୍ତୁ ଏହି ଉପାୟ, ନଚେତ ମ୍ୟାଲେରିଆ ଜଣ୍ଡିସ୍ ରୋଗରେ ପଡିପାରନ୍ତି ଆପଣ

 ସବୁ ଋତୁ ମାନଙ୍କ ମଧ୍ୟରେ ବର୍ଷା ଋତୁ ଅନ୍ୟତମ । ଏହି ଋତୁର ଅଲଗା ଏକ ପରିଚୟ ରହିଛି । ଏହି ଋତୁରେ ଜୀବଜଗତ ସଜୀବ ହୋଇ ଉଠେ ଓ ସାରା ପରିବେଶ ସବୁଜମୟ ହୋଇଯାଇଥାଏ । 


ଚାଷୀମାନେ ଦୀର୍ଘ ଦିନ ହେଲା ଅନେଇ ବସିଥାନ୍ତି ମୌସୁମୀକୁ । ତେବେ ଏହି ସବୁ ଭିତରେ ବର୍ଷା ଦିନ ଆସିଥାଏ ସତ ହେଲେ ଏହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ବର୍ଷା ଦିନରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିଯାଇଥାଏ । ଫଳରେ ମ୍ୟାଲେରିଆ, ଜଣ୍ଡିସ୍ ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡିଥାଏ । ଯଦି ଏହି ସବୁ ରୋଗଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ କିଛି ସାବଧାନ ଅବଲମ୍ବନ କରିବାକୁ ପଡିବ । ଏପରି କିଛି ଘରୋଇ ଉପଚାର ରହିଛି ଯାହା ଦ୍ବାରା ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ତେବେ ଆସନ୍ତୁ ଏପରି କିଛି ଉପଚାର ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ବର୍ଷା ଦିନେ ଆପଣଙ୍କ କାମରେ ନିହାତୀ ଆସିବ :

  • ଘର ଚାରି ପାଖରେ ପାଣି ଜମା ରଖନ୍ତୁ ନାହିଁ । ବଚିଚାରେ ଥିବା ସବୁ ଗାତ ଗୁଡିକୁ ମାଟି ଦ୍ବାରା ବନ୍ଦ କରିଦିଅନ୍ତୁ ।
  • ଘରେ କିମ୍ବା ଘର ବାହାରେ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରି ସେଠାରେ ବ୍ଳିଚିଙ୍ଗ, ଗ୍ୟାମାକସିନ୍‌ କିମ୍ବା ଫିନାଇଲ୍ ଭଳି କିଛି ସଂକ୍ରମଣ ମୁକ୍ତ ସାମଗ୍ରୀ ପକାଇ ଦିଅନ୍ତୁ ।
  • ରୁମ୍ କୁଲର, ଫୁଲଦାନୀ ମଧ୍ଯରେ ଥିବା ପାଣି ସପ୍ତାହକୁ ଥରେ ଏବଂ ଘରେ ଥିବା ପକ୍ଷୀ ମାନଙ୍କର ଦାନା ପାଣିକୁ ସବୁବେଳେ ସଫା କରନ୍ତୁ ।
  • ଘରେ ଥିବା ଭଙ୍ଗାରୁଜା ଡବା,ଟାୟାର,ବାସନ, ବୋତଲ ଆଦି ରଖନ୍ତୁ ନାହିଁ । ଯଦି ରଖୁଛନ୍ତି ତେବେ ଏହାର ମୁହଁକୁ ଓଲଟାଇ ରଖନ୍ତୁ।
  • ଡେଙ୍ଗୁ ମଶା ସଫା ପାଣିରେ ମଧ୍ୟ ନିଜର ବଂଶ ବିସ୍ତାର କରିଥାନ୍ତି । ତେଣୁ ନିଜର ପାଣି ଟାଙ୍କିକୁ ଢାଙ୍କି ରଖନ୍ତୁ ।
  • ଯଦି ସମ୍ଭବ ହେଉଛି ତେବେ ଝରକା କବାଟ ଆଦିରେ ଜାଲି ଲଗାଇ ମଶା ମାନଙ୍କୁ ଘରକୁ ପ୍ରବେଶ କରିବାରୁ ରୋକିପାରିବେ ।
  • ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମଶା ମରା କ୍ରିମ୍,ସ୍ପ୍ରେ,ମ୍ୟାଟସ୍,କଏଲ ଆଦି ବ୍ୟବହାର କରିପାରିବେ ।
  • ସପ୍ତାହକୁ ଥରେ ଘରର ସବୁ ସ୍ଥାନରେ ମଶା ମରା ଔଷଧ ସିଞ୍ଚନ କରନ୍ତୁ । ସିଞ୍ଚନ ସମୟରେ ନିଜର ମୁହଁକୁ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ ଏବଂ ଖାଦ୍ୟ ସାମଗ୍ରୀକୁ ଘୋଡାଇ ରଖନ୍ତୁ ।
  • ପିଇବା ପାଣିରେ କ୍ଳୋରିନ୍ ବଟିକା ମିଶାନ୍ତୁ ଏବଂ ପାଣିକୁ ଫୁଟାଇ ପିଅନ୍ତୁ ।
  • ବର୍ଷା ଦିନେ ନିଜେ ଏବଂ ନିଜ ଛୁଆମାନଙ୍କୁ ଶରୀର ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହୁଥିବା ଭଳି ପୋଷାକ ପିନ୍ଧାନ୍ତୁ ।
  • ବିଶେଷ କରି ବର୍ଷା ଦିନେ ବାହାର ଖାଦ୍ଯ ଖାଇବାରୁ ଦୂରେଇ ରୁହନ୍ତୁ ।
  • ଯେତେବେଳେ ବି ଖାଦ୍ଯ ଖାଉଛନ୍ତି ହାତକୁ ଭଲ ଭାବେ ଧୋଇବା ସହିତ ଖାଇବା ପାତ୍ରକୁ ମଧ୍ଯ ଭଲ ଭାବେ ଧୋଇକି ଖାଆନ୍ତୁ ।

Post a Comment

Previous Post Next Post

Contact Form