ଏବେ ପ୍ରାୟ ସମସ୍ତେ ଡାଇବେଟିସର ରୋଗର ଶିକାର ହେଉଛନ୍ତି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଅନୁସାରେ, ଡାଇବେଟିସ ରୋଗୀଙ୍କ ସଂଖ୍ୟା ୨୦୩୦ ବେଳକୁ ତାହା ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହା ଜୀବନଘାତକ ହୋଇପାରେ, କିନ୍ତୁ ଏହାକୁ ନିଜର ଜୀବନଶୈଳୀ ସୁଧାରୀ ଏବଂ କିଛି ଘରୋଇ ଉପଚାର ଆପଣାଇ ତାହାକୁ କଣ୍ଡ୍ରୋଲ କରାଯାଇପାରିବ ।ଡାଇବେଟିସ ସହ ଜୀବନ ବିତାଇବା ସହଜ ନୁହଁ । ଏହା ଏକ ଜଟିଳ ରୋଗ ଅଟେ, କିନ୍ତୁ ଆୟୁର୍ବେଦିକ ଜଡିବୁଟିର ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିଯୋଗୁଁ ଆପଣଙ୍କ ଶରୀରରେ ଏକାଥରରେ ବଢିଯାଇଥିବା ଶର୍କରାର ଭୟ କମ କରିବା ପାଇଁ କିଛି ପ୍ରଭାବଶାଳୀ ଜଡିବୁଟିର ଆବଶ୍ୟକ ରହିଛି, ଯାହା ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ । ଆଉ ଏହାକୁ ଆପଣ ଏହାକୁ ଯଦି ପ୍ରତିଦିନ ନିଜ ଡାଏଟରେ ସାମିଲ କଲେ ଡାଇବେଟିସକୁ କଣ୍ଟ୍ରୋଲ କରିପାରିବେ ।
ଧନିଆର ମଞ୍ଜି ଡାଇବେଟିସ ସହ ଲଢିବାର ପ୍ରକ୍ରିୟାରେ ସକ୍ରିୟ ରିପୋର୍ଟ ଆସିଛି । ଯେଉଁଥିରେ ଅଗ୍ନାଶୟ କୋଷଗୁଡିକରୁ ଇନସୁଲିନର ଅଧିକ ଉତ୍ପଦନ ହେଉଛି । ଧନିଆର ମଞ୍ଜି ଦ୍ୱାରା ଶରୀରର ରକ୍ତରେ ଥିବା ଶର୍କରା ହଟାଇବା ପାଇଁ ଦାୟୀ ଏନଜାଇମ ଗତିବିଦ୍ଧି ବଢାଇ ପାରେ । ଯାହାଦ୍ୱାରା ବ୍ଲଡ ସୁଗର ଲେବଲ କମ ହୋଇଥାଏ ।
ମେଥି ମଞ୍ଜିରେ ଏକ ମୁକ୍ତ ଅପ୍ରକୃତିକ ଏମିନୋ ଏସିଡ ରହିଥାଏ, ଯାହା ଶରୀରରେ ଅଗ୍ନାଶୟ ଆଇଲେଟ କୋଷଗୁଡିକରେ ଗ୍ଲୁକୋଜ ଉତ୍ତେଜିତ ଇନସୁଲିନ ଉତ୍ପାଦନ ବୃଦ୍ଧି କରେ । ମେଥିର ମଞ୍ଜିରେ ୫୦% ଫାଇବର ରହିଥାଏ, ଯାହା ଏହାର ହାଇପୋଲିପିଡେମିକ ପ୍ରଭାବର ଅନ୍ୟ ଏକ କାରଣ ଅଟେ ।
ଡାଲଚିନି ଇନସୁଲିନ ଭଳି କାମ କରିଥାଏ ଏବଂ ରକ୍ତରେ ଶର୍କରାର କୋଷଗୁଡିକର ଗତିକୁ ବଢାଇ ଶର୍କରା ସ୍ତରକୁ କମ କରେ ଏବଂ ଡାଇବେଟିସ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହା ଇନସୁଲିନ ସେନସିଟିବିଟୀକୁ ବଢାଇ ବ୍ଲଡ ସୁଗରର ଲେବଲ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଇନସୁଲିନ କୋଷର ଶର୍କରା ଅଂଶକୁ ସ୍ଥାନାନ୍ତର କରିବାରେ ଅଧିକ ଫଳପ୍ରଦ ହୁଏ ।