ଡାଇବେଟିଜ୍‌ ଏବଂ କ୍ୟାନସରରୁ ମୁକ୍ତି ଦେବ କଳା ଟମାଟୋ

 ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ। କିନ୍ତୁ କେବେ ଆପଣ କଳା ରଙ୍ଗର ଟମାଟୋ କେବେ ଦେଖିଛନ୍ତି କି ? ତେବେ କଳା ଟମାଟୋ କ’ଣ, କେଉଁଠି ମିଳୁଛି, ଏହାର ଫାଇଦା କ’ଣ ଜାଣନ୍ତୁ…



ଇଂଲଣ୍ଡର ଜନ୍‌ ଇନ୍ସ ସେଣ୍ଟରର ବୈଜ୍ଞାନିକ କେଥି ମାର୍ଟିନ ଏବଂ ତାଙ୍କ ସାଥି ଏହି ଟମାଟୋକୁ ଉତ୍ପନ୍ନ କରିଥିଲେ। ଏହାକୁ ସେ ନିଜ ରିସର୍ଚ୍ଚ ସମୟରେ ଉତ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ଏନ୍ଥୋସୋୟାନିନର ମାତ୍ରା ଅଧିକ ରହିଛି। ଏନ୍ଥୋସୋୟାନିନ ଏକ ପ୍ରକାର ଉଚ୍ଚ ସ୍ତର ଆଣ୍ଟି ଆକ୍ସିଡାଣ୍ଟ। ଯାହା ବ୍ଲାକବେରୀ ଏବଂ ବ୍ଲୁବେରୀରେ ରହିଥାଏ।

ରିସର୍ଚ୍ଚ ସମୟରେ କେଥି ଏବଂ ତାଙ୍କ ଟିମ୍‌ ଏକ ସ୍ନାପଡ୍ରାଗନ ଗୁଣ ଦୁଇଟି ଜିନ୍‌ ନେଇ ଟମାଟୋରେ ଭରିଥିଲେ। ଏହାପରେ ୨୦୦୪ରେ ଟମାଟୋ ନିଜ ରୂପ ନେଇଥିଲା। କିନ୍ତୁ ସେତେବେଳେ ଟମାଟୋ ବହୁତ ଛୋଟ ଥିଲା। ଟମାଟୋକୁ ସେମିତି କିଛି ଦିନ ପାଇଁ ଛାଡି ଦିଆଯାଇଥିଲା। କିଛିଦିନ ପରେ ଟମାଟୋ ବାଇଗଣୀ ରଙ୍ଗ ପରେ କଳା ରଙ୍ଗର ଟମାଟୋରେ ପରିବର୍ତ୍ତନ ହୋଇଥିଲା।

କଳା ଟମାଟୋକୁ ଇଂରାଜୀରେ ଇଣ୍ଡିଗୋ ରୋଜ ଟମାଟୋ କୁହାଯାଏ। ଜାନୁଆରୀ ମାସ ହେଉଛି କଳା ଟମାଟୋ ଚାଷ କରିବାର ସର୍ବତ୍ତୋମ ମାସ। ଜାନୁଆରୀର କ୍ଷେତରେ ଏହାର ମଞ୍ଜି ବୁଣିଲେ ଏହାର ଅମଳ ମାର୍ଚ୍ଚ- ଏପ୍ରିଲ ଆଡକୁ ହୋଇଯାଇଥାଏ। ଆମେରିକାର କୃଷି ବିଭାଗ ନିକଟରେ ଏହି କଳା ଟମାଟୋକୁ ମାର୍କେଟରେ ବିକିବା ପାଇଁ ଅନୁମତି ଦେଇଥିଲା।

ସ୍ୱାସ୍ଥ୍ୟଗତ ଫାଇଦା :

ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଏହି ଟମାଟୋରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ଯୋଗୁଁ ଅନେକ ପ୍ରକାର ଫାଇଦା ମିଳିବ। ଏହି କଳା ଟମାଟୋରେ ଜେନିଟିକାଲ ମେଡିଫାଏଡ ଖାଦ୍ୟ ପଦାର୍ଥରେ ନୂଆ ପରିବର୍ତ୍ତନ ଆସିବ। ଏହି ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନସରରୁ ମୁକ୍ତି ଦେବ। ଶରୀର ଫୁଲିବା ସମସ୍ୟାକୁ କମ୍‌ କରିବ। ଟାଇପ –୨ ଡାଇବେଟିସରୁ ସୁରକ୍ଷିତ ରଖିଥାଏ।

ଟମାଟୋରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହା ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିଥାଏ।

ଟମାଟୋରେ ପୋଟାସିୟମ୍‌ ରହିଛି, ଯାହା ବ୍ଲଡ୍‌ ସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏମିତିରେ ଯଦି ଆପଣ ପ୍ରତିଦିନ ଟମାଟୋ ସେବନ କରିବେ, ତ ଆପଣଙ୍କ ହୃଦୟ ମଧ୍ୟ ସୁସ୍ଥ ରହିବ।

ଟମାଟୋରେ କମ୍‌ କ୍ୟାଲୋରୀ ମଧ୍ୟ ରହିଛି, ଯାହା ଓଜନକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀମାନଙ୍କୁ ସବୁବେଳେ ନିଜ ଓଜନକୁ ନେଇ ସମସ୍ୟା ରହିଥାଏ। ଏମିତି କରିବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହି ପାରିବ ଏବଂ ଆପଣ ସୁସ୍ଥ ରହି ପାରିବେ।

Post a Comment

Previous Post Next Post

Contact Form