ମାସେ ପୂର୍ବରୁ ମିଳିଥାଏ ହୃଦଘାତର ସଂକେତ, ସତେତନତା ହିଁ ବର୍ତ୍ତିବାର ଏକମାତ୍ର ଉପାୟ

ଦିନକୁ ଦିନ ବଢ଼ିଚାଲିଛି ହୃଦଘାତର ଶିକାର ଯୁବକ, ଯୁବତୀଙ୍କ ସଂଖ୍ୟା । ସବୁ ବୟସର ଲୋକମାନେ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏପରିକି ସମ୍ଭ୍ରାନ୍ତ ବର୍ଗର ଲୋକମାନେ ଅଧିକ ସଂଖ୍ୟାରେ ଏହି ଗମ୍ଭୀର ରୋଗର ଶିକାର ବନୁଛନ୍ତି ।



ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର କାରଣ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ବର୍ତ୍ତମାସ ସମୟରେ ଯୁବପିଢ଼ି ଦୈନିକ ଫାଷ୍ଟଫୁଡ୍ ଖାଉଥିବା ଦେଖାଯାଇଥାଏ । ଏହାସହିତ ଯନ୍ତ୍ର ସଭ୍ୟତାରେ ପ୍ରାୟ ସମସ୍ତ କାର୍ଯ୍ୟ ଯନ୍ତ୍ର ଦ୍ୱାରା ହେଉଥିବାରୁ ଯୁବପିଢ଼ି ଶାରୀରିକ ପରିଶ୍ରମ ପ୍ରତି ବିମୁଖ ହେଉଛନ୍ତି । ବିନା ବ୍ୟାୟାମ ଓ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯୋଗୁଁ ମେଦବହୁଳତା ବୃଦ୍ଧି ହେବା ସହ ହାର୍ଟ ଆଟାକ୍ ଆଶଙ୍କା ବଢ଼ାଉଛି ।

ତେବେ ଗୋଟିଏ ଦିନରେ ହୃଦଘାତ ପରି ସମସ୍ୟା ଦେଖାଦେଇନଥାଏ । ଦୀର୍ଘକାଳୀନ ଭାବେ ଭୁଲ ଜୀବନଶୈଳୀ ଯୋଗୁ ଦୃଦୟ ଦୁର୍ବଳ ହୋଇଥାଏ । ଏପରିକି ହାର୍ଟ ଆଟାକ୍ ର ପ୍ରାୟ ମାସେ ପୂର୍ବରୁ ଶରୀରରେ ଲକ୍ଷଣ ପ୍ରକାଶ ପାଇଥାଏ ।

ହାର୍ଟ ଆଟାକର ଲକ୍ଷଣ ଗୁଡ଼ିକ କଣ?

ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଓ ବାମପାର୍ଶ୍ୱ ଛାତିରେ ସାଙ୍ଘାତିକ ଯନ୍ତ୍ରଣା ହେଉଛି ହାର୍ଟ ଆଟାକର ସବୁଠାରୁ ସ୍ପଷ୍ଟ ଲକ୍ଷଣ । ଏହାବ୍ୟତୀତ ହୃଦଘାତ ପୂର୍ବରୁ ଦାନ୍ତ ମାଢ଼ିରେ ଯନ୍ତ୍ରଣା, ଦୈନିକ ମୁଣ୍ଡ ବିନ୍ଧା, କାନ୍ଧ ବିନ୍ଧା, ଉପର ପିଠିରେ ଯନ୍ତ୍ରଣା ଲାଗି ରହିଥାଏ । ଯଦିଓ ସମସ୍ତଙ୍କଠାରେ ସମାନ ଲକ୍ଷଣ ଦେଖାଯାଉ ନଥାଏ ।

ଦୃଦଘାତରୁ ବର୍ତ୍ତିବା ପାଇଁ କଣ କରିବେ?

ଉପରୋକ୍ତ ଲକ୍ଷଣ ଗୁଡ଼ିକ ମଧ୍ୟରୁ ଆପଣଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଉଥିଲେ ଏବେଠାରୁ ସତର୍କ ହୋଇଯାନ୍ତୁ । କାରଣ ଏହା ଏପରି ଏକ ସାଙ୍ଘାତିକ ରୋଗ, ଯାହା କୌଣସି ବି ସମୟରେ ଆଘାତ ଦେଇପାରେ । ନିଜ ଜୀବନଶୈଳୀ ଓ ଖାଦ୍ୟପେୟ ପରିବର୍ତ୍ତନ କରିବା ସହ ତୁରନ୍ତୁ ଡାକ୍ତରଙ୍କ ସହ ସମ୍ପର୍କ କରିବା ଜରୁରୀ । ଯଦି ଆପଣ ଦୃଦଘାତର ପ୍ରଥମ ଝଟକାକୁ ସାମ୍ନା କରିସାରିଛନ୍ତି, ତେବେ ଆପଣ ଚିକିତ୍ସାରେ ବିଳମ୍ବ ନକରିବା ଉଚିତ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତଚାପ, ରକ୍ତ ପରୀକ୍ଷା, ଛାତି ଏକ୍ସରେ, ଇକୋକାର୍ଡିଓଗ୍ରାମ୍‌ (Echocardiogram), ଆଞ୍ଜିଓଗ୍ରାମ୍‌ (Angiogram), କାର୍ଡିଆକ୍‌ ସିଟି ତଥା ଏମଆରଆଇ (MRI) ମଧ୍ୟ କରାଇ ନେବା ଆବଶ୍ୟକ ।

କାରଣ ପ୍ରାରମ୍ଭିତ ସମୟରେ ଦୃଦଘାତ ପରି ରୋଗର ଲକ୍ଷଣ ଗୁଡିକୁ ଚିହ୍ନଟ କରିବା ସମ୍ଭବ ହୋଇପାରିନଥାଏ । ଏହି କାରଣରୁ ଲୋକମାନେ ସାଧାରଣତଃ ଚିକିତ୍ସାରେ ବିଳମ୍ବ କରିଥାନ୍ତି । ଫଳରେ ଧୀରେଧୀରେ ହୃଦୟ ଦୁର୍ବଳ ହେବାକୁ ଲାଗେ ।

ଦୃଦଘାତରୁ ବର୍ତ୍ତିବା ପାଇଁ ଉପାୟ- ସାତ୍ତ୍ୱିକ ଆହାର ସହିତ ଦୈନିକ ଯୋଗାଭ୍ୟାସ

ଦୃଦଘାତରୁ ବର୍ତ୍ତିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାତ୍ତ୍ୱିକ ଆହାର ସହିତ ଦୈନିକ ଯୋଗାଭ୍ୟାସ । ବିଶେଷଜ୍ଞଙ୍କ ପରାମର୍ଶରେ ବ୍ୟାୟାମ କିମ୍ବା ଯୋଗାଭ୍ୟାସ ଆରମ୍ଭ କରିବା ଉଚିତ । କାରଣ ଏପରି ସମସ୍ୟା ମଧ୍ୟ ଦେଖାଯାଇଥାଏ କି, କୌଣସି ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତି ହଠାତ ଯୋଗାଭ୍ୟାସ ଆରମ୍ଭ କରିବା ସମୟରେ ଜଟିଳ ସ୍ଥିତି ସୃଷ୍ଟି ହୋଇଥାଏ । ଏହାସହିତ ମଧୁମେହ କିମ୍ବା ରକ୍ତଚାପ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଯୋଗ ଓ ବ୍ୟାୟାମ କରିବା ସମ୍ଭବପର ହୋଇପାରିନଥାଏ । ଏପରିକି ହୃଦୟର ଧମନୀରେ ଚର୍ବି ଜମା ହୋଇଥିବା କାରଣରୁ ଅଧିକ ବ୍ୟାୟାମ କରିବା ଦ୍ବାରା ଫାଟିଯିବାର ଆଶଙ୍କା ମଧ୍ୟ ରହିଥାଏ । ଏହି କାରଣରୁ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହୃଦଘାତ ପରି ସ୍ଥିତି ଦେଖାଦେଇଥାଏ ।

ନିଜର ଶାରୀରିକ ଦକ୍ଷତାକୁ ଧ୍ୟାନରେ ରଖି ବ୍ୟାୟାମ କରନ୍ତୁ

ଅନ୍ୟପକ୍ଷରେ ନିଜ ଜୀବନଶୈଳୀ ଗୋଟିଏ ଦିନରେ ପରିବର୍ତ୍ତନ କରିବାକୁ ପ୍ରୟାସ କରନ୍ତୁ ନାହିଁ । ଧୀରେଧୀରେ ଗୋଟିଏ ପରେ ଗୋଟିଏ ଖରାପ ଅଭ୍ୟାସକୁ ଛାଡ଼ନ୍ତୁ । ଯେପରିକି ଜଙ୍କ ଫୁଡ, ନିଶା ଦ୍ରବ୍ୟ ସେବନ । ଯଦି ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ପୂର୍ବରୁ ଦୃଦଘାତ ପରି ସମସ୍ୟା ସାମ୍ନା କରିଥାନ୍ତି, ଏହା ଜେନେଟିକ୍ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଏବଂ ନିଜର ଶାରୀରିକ ଦକ୍ଷତାକୁ ଧ୍ୟାନରେ ରଖି ବ୍ୟାୟାମ କରିବା ଉଚିତ୍ ।

ସବୁଠୁ ବଡ କଥା ହେଉଛି କି ହୃଦଘାତର ଲକ୍ଷଣ ପ୍ରାୟ ଏକ ମାସ ପୂର୍ବରୁ ଦେଖାଦେଇଥାଏ । ଛାତିରେ ଯନ୍ତ୍ରଣା କିମ୍ବା ଥକ୍କା ଅନୁଭବ କରୁଥିଲେ, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ପ୍ରାଥମିକ ସ୍ତରରେ ଚିକିତ୍ସା ଆରମ୍ଭ କଲେ ହୃଦଘାତ ପରି ସମସ୍ୟାକୁ ଅନେକାଂଶରେ ରୋକାଯାଇ ପାରିବ ।

ଆମେରିକୀୟ ହାର୍ଟ ଆସୋସିଏସନର ଫ୍ଲାଗସିପ୍ ଜର୍ନାଲ୍ ସର୍କୁଲେସନ (American Heart Association’s flagship journal Circulation)ରେ ସେପ୍ଟେମ୍ବର ୩ରେ ଏନେଇ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା । ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେଲେ ହୃଦଘାତ ହେବାର ଆଶଙ୍କା କମ୍ ହୋଇଯାଇଥାଏ । ଅନୁସନ୍ଧାନ ଅନୁଯାୟୀ, ପ୍ରତି ସପ୍ତାହରେ ୧୫୦ରୁ ୩୦୦ ମିନିଟ୍ ମଧ୍ୟମ ବ୍ୟାୟାମ କିମ୍ବା ୭୫ରୁ ୧୫୦ ମିନିଟ୍ ଯାଏ ଜୋରଦାର ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ । ନିୟମିତ ବ୍ୟାୟାମ ମଧ୍ୟ ହୃଦଘାତର ଆରମ୍ଭକୁ ରୋକିବା ସହିତ ହୃଦୟ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

ହୃଦଘାତ ଏକ କ୍ରନିକ ବା ପ୍ରଗତିଶୀଳ ଅବସ୍ଥା ଯାହା କାଳକ୍ରମେ ଥକ୍କା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରେ । ହୃଦୟ ଯେତେବେଳେ ରକ୍ତ ଏବଂ ଅମ୍ଳଜାନର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ରକ୍ତ ପ୍ରବାହ କରିବାରେ ଅସମର୍ଥ ହୁଏ, ସେହି ସମୟକୁ ହୃଦଘାତ ବୋଲି କୁହାଯାଇଥାଏ ।

ଏକ ରିପୋର୍ଟ ଅନୁସାରେ ବିକଶିତ ରାଷ୍ଟ୍ର ଆମେରିକାରେ ହୃଦଘାତରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପଉଛି । ଆମେରେକୀୟ ହାର୍ଟ ଆସୋସିଏସନ ଅନୁଯାୟୀ, ଦେଶରେ ୬ ନିୟୁତରୁ ଅଧିକ ବୟସ୍କ ହୃଦଘାତରେ ପୀଡ଼ିତ ଅଛନ୍ତି । ରିପୋର୍ଟ ଅନୁସାରେ କେବଳ ୨୦୧୯ରେ ୮୬,୦୦୦ରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ହୋଇଛି ।

Post a Comment

Previous Post Next Post

Contact Form