ଆୟୁର୍ବେଦରେ ତ୍ରିଫଳା ହଜାର ହଜାର ବର୍ଷ ଧରି ବ୍ୟବହାର ହୋଇଆସୁଛି । ସଂସ୍କୃତରେ ତ୍ରିଫଳାର ଅର୍ଥ ତିନିଟି ଫଳ ଯଥା- ହରିଡ଼ା (Haritaki), ବାହାଡ଼ା (Bibhitaki) ଓ ଅଁଳା (Gooseberry)ର ମିଶ୍ରଣ । ତ୍ରିଫଳାରେ ଶକ୍ତିଶାଳୀ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଯୋଗୁ କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଦାନ୍ତର ସମସ୍ୟାର ସମାଧାନ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ତ୍ରିଫଳା ସାହାଯ୍ୟ କରିଥାଏ ।
ତ୍ରିଫଳା : ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭଲ?
Triphala Benefits: ଆୟୁର୍ବେଦରେ ଅନେକ ଜଡିବୁଟିର ଉପଯୋଗ ହୋଇଥାଏ, ଯାହା ସ୍ଥ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ । ଜଡିବୁଟି ମଧ୍ୟରେ ତ୍ରିଫଳାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । କାରଣ ତ୍ରିଫଳା ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ତ୍ରିଫଳାରେ ଆଣ୍ଟି ବ୍ୟାକ୍ଟିରିଆଲ, ଆଣ୍ଟି-ଭାଇରାଲ, ଭିଟାମିନ ସି, ଆଣ୍ଟି-ଇନଫ୍ଲେମେଟରୀ, ଆଣ୍ଟିମାଇକ୍ରୋବିୟଲ୍ସ, ଆଣ୍ଟିଅକ୍ସିଡାଣ୍ଟ ପରି ଗୁଣ ରହିଛି । ତେଣୁ ଯଦି ଆପଣ ତ୍ରିଫଳା ପାଣି (Triphala water) ପିଉଛନ୍ତି, ଏହା ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସକ୍ଷମ ହୋଇପାରିବ । ଏବେ ଜାଣିନିଅନ୍ତୁ ତ୍ରିଫଳା ପାଣି ପିଇବା ଦ୍ୱାରା କେଉଁ ଲାଭ ହୋଇଥାଏ ।
ତ୍ରିଫଳା ପାଣି ପିଇଲେ କେଇଁ ଲାଭ ମିଳିଥାଏ?
୧- କୋଷ୍ଠକାଠିନ୍ୟ (Constipation) ବା ବଦହଜମୀ ପରି ସମସ୍ୟା ଦୂର କରିବା ପାଇଁ ତ୍ରିଫଳା ପାଣି ବେଶ୍ ଲାଭକାରୀ ସାବ୍ୟସ୍ତ ହୋଇଥାଏ । କାରଣ ତ୍ରିଫଳାରେ ଟନିକ ଓ ମଲିକ ଏସିଡ ରହିଥାଏ । ଯାହା ହଜମ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଖାଲିପେଟରେ ତ୍ରିଫଳା ପାଣି ପିଇବା ଆବଶ୍ୟକ ।
୨- ଆଜିକାଲି ଲୋକେ ଓଜନ(Weight) ବୃଦ୍ଧିକୁ ନେଇ ଚିନ୍ତିତ । କାରଣ ଓଜନ ବୃଦ୍ଧି ବିଭିନ୍ନ ସମସ୍ୟାର କାରଣ ବନିଥାଏ । ଏଥିପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ହୋଇଥାଏ । ଓଜନ କମ କରବା ପାଇଁ ତ୍ରିଫଳା ପାଣି ସେବନ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।
୩- ଗଣ୍ଠି ଯନ୍ତ୍ରଣା (Arthritis) ଦୂର କରିବାରେ ବେଶ ସହାୟକ ତ୍ରିଫଳା ପାଣି । କାରଣ ତ୍ରିଫଳାରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଥାଏ । ଯାହା ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସହାୟକ ହୋଇଥାଏ ।
୪- ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ତ୍ରିଫଳା ପାଣି । (Skin Problems) ଚର୍ମ ଜ୍ୱଳନ, କୁଣ୍ଡାଇ ହେବା ଆଦି ସମସ୍ୟା ପାଇଁ ମଧ୍ୟ ତ୍ରଫଳା ପାଣି ସେବନ ସହାୟକ ହୋଇଥାଏ । କାରଣ ତ୍ରିପଳା ପାଣିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରି ରହିଥାଏ । ଯଦି ଆପଣ ନିୟମିତ ତ୍ରିଫଳା ପାଣି ସେବନ କରନ୍ତି, ତ୍ୱଚା ସମ୍ବନ୍ଧୀର ଅନେକ ସମସ୍ୟା ଦୂର ହୋଇଯାଇଥାଏ ।
୫- ଭୁଲ ଖାଦ୍ୟ-ପାନୀୟ କାରଣରୁ ଶରୀରରେ ଅନେକ ସମୟରେ ଟକ୍ସିନ୍ସ (Toxins) ଜମା ହୋଇଯାଇଥାଏ । ଯାହା ପରିବର୍ତ୍ତୀ ସମୟରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । କିନ୍ତୁ ତ୍ରିଫଳା ପାଣି ପିଇବା ଦ୍ୱାରା ଶରୀରରୁ ଏହି ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।
୬-ତ୍ରିଫଳା ପାଣି ସେବନ ଆଖି ପାଇଁ ମଧ୍ୟ ବେଶ ଲାଭଦାୟକ । କାରଣ ତ୍ରିଫଳା ପାଣିରେ ଆଣ୍ଟି ଅକ୍ସିଡାଣ୍ଡ ଗୁଣ ରହିଛି । ଏଥିପାଇଁ ଯଦି ଆପଣ ତ୍ରିଫଳା ପାଣି ସେବନ କରନ୍ତି , ଦୃଷ୍ଟି ଶକ୍ତି (Eyesight) ପ୍ରଖର ହୋଇଥାଏ ।
ପେଟ ରୋଗଠାରୁ ଆରମ୍ଭ କରି ଦାନ୍ତ ରୋଗ ପର୍ଯ୍ୟନ୍ତ ବହୁମୁଖୀ ଚିକିତ୍ସା ଭାବରେ ତ୍ରିଫଳା ପ୍ରାଚୀନ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହୃତ ହୋଇଆସୁଛି ।