ଶୀଘ୍ର ଓଜନ କମାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ

ଓଜନ କମାଇବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ପାଣିର ଉପଯୁକ୍ତ ବ୍ୟବହାର । ଅର୍ଥାତ ଠିକ୍ ସମୟରେ, ଠିକ୍ ପରିମାଣରେ ପାଣି ପିଇ ଶରୀର ଓଜନ ହ୍ରାସ କରାଯାଇପାରିବ । ବହୁ ପରୀକ୍ଷିତ ଏହି ଉପାୟ ଆପଣାଇବା ମଧ୍ୟ ଖୁବ ସହଜ ।

Weight Loss Tips : ଶୀଘ୍ର ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ



ପ୍ରଭାବଶାଳୀ ପ୍ରଥମ ଉପାୟ-

ସକାଳେ ଖାଲିପେଟରେ ନଖଉଷୁମ ୮୦୦ରୁ ୧୦୦୦ ମିଲିଲିଟର ପାଣି ସେବନ

ସକାଳ ନିଦରୁ ଉଠିବା ପରେ ସର୍ବପ୍ରଥମେ ପାଣି ପିଇବା ଆବଶ୍ୟକ । ଏହି ଅଭ୍ୟାସ ଆପଣଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିବା ସହ ଓଜନ ହ୍ରାସ କରିଥାଏ । ଏପରି ଅଭ୍ୟାସ ନଥିବା ଲୋକଙ୍କ ପାଇଁ ଖାଲିପେଟରେ ପାଣି ପିଇବା କଷ୍ଟକର ମନେହୋଇପାରେ । କିନ୍ତୁ ପ୍ରଥମରୁ କିଛି ଦିନ ଅଳ୍ପ ପରିମାଣରେ ଉଷୁମ ପାଣି ପଇବା ପରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ । ପରେ ସ୍ୱାଭାବିକଭାବେ ଆପଣ ଖାଲିପେରେ ପାଣି ପିଇପାରିବେ । ବାସି ମୁହଁରେ ପାଣି ପିଇବା ଦ୍ୱାରା ଆଣ୍ଟି-ମାଇକ୍ରୋବିୟଲ ଗୁଣଯୁକ୍ତ ପଜିଟିଭ ବ୍ୟାକ୍ଟେରିଆ ପେଟକୁ ଯାଇଥାଏ । ଯାହା କ୍ଷତିକାରକ ମାଇକ୍ରୋବ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହାମଧ୍ୟ କିଡନୀ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଖାଲି ପେଟରେ ନିୟମିତ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏହାସହ ୟୁରିନାଲ ଇନଫେକସନ, ଏସିଡିଟି ସମସ୍ୟା ସମାଧାନ ହେବା ସହ ତ୍ୱଚା ସମସ୍ୟା ଦୂର ହୋଇଥାଏ ।

ଦ୍ୱିତୀୟ ଉପାୟ-

ଖାଲିପେଟରେ ପାଣି ସହିତ ମହୁ ମିଶାଇ ପିଇଲେ ଏହା ଅଧିକ ଫଳପ୍ରଦ

ଶୀଘ୍ର ଓଜନ ହ୍ରାସ କରିବାର ଅନ୍ୟତମ ପ୍ରଭାବଶାଳୀ ଉପାୟ ହେଉଛି ସକାଳେ ଖାଲିପେଟରେ ପାଣିରେ ମହୁ ମିଶାଇ ସେବନ । ଅନେକ ଲୋକ ଓଜନ କମାଇବା ପାଇଁ ଗରମ ପାଣିରେ ମହୁ ମିଶାଇ ସେବନ କରିଥାନ୍ତି । କିନ୍ତୁ ଆୟୁର୍ବେଦ ଅନୁସାରେ ମହୁକୁ କୌଣସି ବି ଗରମ ପଦାର୍ଥ ସହିତ ମିଶ୍ରଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟ, ମିନେରାଲରେ ଭରପୁର ମହୁକୁ ସାଧା ପାଣିରେ ପିଇବା ଉପଯୁକ୍ତ ଅଟେ ।

ତୃତୀୟ ଉପାୟ-

ଖାଦ୍ୟ ଖାଇବାର ୪୦ ମିନିଟ ପୂର୍ବରୁ ଓ ଖାଇବା ପରେ ୪୦ ମିନିଟ ପରେ ପାଣି ସେବନ

ଖାଦ୍ୟ ଖାଇବା ସମୟରେ ପାଣି ପିଇବା କାରଣରୁ ଓଜନ ବୃଦ୍ଧି ପାଇଥାଏ । ଏହା ମଧ୍ୟ ପାଚନ କ୍ରିୟାକୁ ମନ୍ଥର କରିଥାଏ । ତେଣୁ ଶ୍ରେଷ୍ଠ ଉପାୟ ହେଉଛି ଖାଦ୍ୟ ଖାଇବାର ୩୦ରୁ ୪୦ ମିନିଟ ପୂର୍ବରୁ ପାଣି ପିଇବା ଆବଶ୍ୟକ। ଏହାଦ୍ୱାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ । ଖାଦ୍ୟ ଖାଇବା ପରେ ତୁରନ୍ତ ମଧ୍ୟ ପାଣି ନପିଇ ଅତି କମରେ ୪୦ ମିନିଟ ପରେ ପାଣି ପିଇଲେ ହଜମ କ୍ରିୟା ଶୃଙ୍ଖଳିତ ହୋଇଥାଏ । ଏକଥା ମଧ୍ୟ ଧ୍ୟାନ ରଖିବା ଜରୁରୀ କି ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ।

Post a Comment

Previous Post Next Post

Contact Form