କେବଳ କଞ୍ଜୁକ୍ଟିଭାଇଟିସରେ ନୁହେଁ, ଏହି ୫ଟି ସଂକ୍ରମଣ ଯୋଗୁ ମଧ୍ୟ ଲାଲ୍ ହୋଇଥାଏ ଆଖି

 Red Eye Causes: କୋରୋନା ଭାଇରସ୍ ସଂକ୍ରମିତଙ୍କ ଫୁସଫୁସ ଦୁର୍ବଳ ହେବା ସହ ଶ୍ୱାସକ୍ରିୟା ସହିତ ଜଡିତ ସମସ୍ୟା ଦେଖା ଦେଇଥାଏ । ଏହା ଆଖି ସମେତ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଏବେ ଆସନ୍ତୁ ଜାଣିବା ଆଖି ଲାଲ୍ ହେବା ପଛରେ କାରଣ କ’ଣ ହୋଇପାରେ?



ଆଖି ଲାଲ୍ ହେବାର କାରଣ | Red Eye Causes

ଏପରି କେବେ ଘଟିଛି କି ? ଆପଣ ସକାଳେ ଉଠିବା ପରେ ଆଖି ଅତ୍ୟଧିକ ଘଷିବା ହେତୁ ଆଖି ଲାଲ୍ ହୋଇଯାଏ । ସାଧାରଣତଃ ନିଦ୍ରାହୀନତା ଏବଂ ଥକାପଣ ହେତୁ ଆଖି ଲାଲ୍ ଦେଖାଯାଏ । ଏହାବ୍ୟତୀତ ସଂକ୍ରମଣ କାରଣରୁ ମଧ୍ୟ ଆଖି ଲାଲ ହୋଇଯାଇଥାଏ । ଯଦି ଆଖି ଯନ୍ତ୍ରଣା, ଲୁହ ଝରିବା, ହଳଦିଆ ରଙ୍ଗର ପାଣି ବହିବା ସହିତ ଆଖିରେ ଫୁଲିଯାଏ ଏବଂ ଲାଲ ଦେଖାଯାଏ, ତେବେ ଏହି ସମସ୍ୟା ଗୁରୁତର ହୋଇପାରେ ।

ଆସନ୍ତୁ ଜାଣିବା ଯେ କଞ୍ଜୁକ୍ଟିଭାଇଟିସ ବ୍ୟତୀତ ଆଖି ଫୁଲିବା ଓ ଲାଲ୍ ହେବା ପଛରେ କାରଣ କ’ଣ ହୋଇପାରେ?

COVID-19

ଯଦିଓ କୋରୋନା ଭାଇରସ ଫୁସଫୁସ ଏବଂ ଶ୍ୱାସକ୍ରିୟା ସହିତ ଜଡିତ ଏକ ସଂକ୍ରମଣ, ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହାଦ୍ୱାରା ଆଖି ମଧ୍ୟ ସଂକ୍ରମିତ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ଲାଲ୍ ଆଖି କୋଭିଡର ଏକ ଲକ୍ଷଣ ହୋଇପାରେ କିମ୍ବା ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ସେତେବେଳେ ହୋଇଥାଏ, ଯେତେବେଳେ ଭାଇରସ ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ ।

ସଂକ୍ରମଣ

ଆଖିରେ ଜ୍ୱଳନ ଏବଂ ଉତ୍ତେଜନା, ବେଳେବେଳେ ଭାଇରସ ସଂକ୍ରମଣ ଯୋଗୁ ହୋଇଥାଏ । ଯେକୌଣସି କାରଣରୁ ବି ଆଖିରୁ ହଳଦିଆ ପାଣି ପାହାରୁଥିଲେ ସଠିକ୍ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ।

ଆଲର୍ଜି

ଜ୍ୱର କିମ୍ବା ଆଲର୍ଜି ହେତୁ ମଧ୍ୟ ଆଖି ଲାଲ ହୋଇପାରେ । ଏହାସହିତ କୀଟପତଙ୍ଗ କିମ୍ବା ପଶୁ କେଶ ଆଖି ସଂକ୍ରମଣର କାରଣ ବି ହୋଇପାରେ ।

କଣ୍ଟାକ୍ଟ ଲେନ୍ସ

କଣ୍ଟାକ୍ଟ ଲେନ୍ସ ପିନ୍ଧିବା ସମୟରେ ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି । ଲେନ୍ସ ହାଇଜେନିକ ହୋଇନଥିଲେ ଏହା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇଥାଏ । ଏହାସହିତ ଲେନ୍ସ ପିନ୍ଧି ଶୋଇବା, ଗାଧୋଇବା ସମୟରେ ଲେନ୍ସ ନଖୋଲିଲେ ଇନଫେକସନ ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ବ୍ଲେଫାରାଇଟିସ୍

ଏହା ଏକ ସାଧାରଣ ସମସ୍ୟା, ଯେଉଁଥିରେ ଆଖିପତା ପ୍ରଭାବିତ ହୋଇଥାଏ । ଏହା ଜୀବାଣୁ ସଂକ୍ରମଣ କାରଣରୁ ହୋଇଥାଏ । ଇନଫେକସନ ହେବା ପରେ ଆଖିପତା ଫୁଲିବା ସହିତ ଜ୍ୱଳନ ଅନୁଭୂତ ହୋଇଥାଏ । ଆଖି ରଙ୍ଗ ଲାଲ୍ ମଧ୍ୟ ହୋଇପାରେ । ଅପରିସ୍କାର ଓ ଡେଟ ଏକ୍ସପାୟର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କାରଣରୁ ମଧ୍ୟ ବ୍ଲେଫାରାଇଟିସ୍ ସମସ୍ୟା ଦେଖାଦେଇଥାଏ ।

Post a Comment

Previous Post Next Post

Contact Form